ଟ୍ରାଫିକ ସମସ୍ୟା ଦୂରେଇବା ପାଇଁ ପୁରୀ ପୋଲିସ ର ପ୍ରୟାସ।

0
Spread the love


ପୁରୀ:ବିଶ୍ବ ର ଠାକୁର ମହାପ୍ରଭୁ ଜଗନ୍ନାଥ ଙ୍କୁ ଦର୍ଶନ କରିବା ପାଇଁ ଶ୍ରୀକ୍ଷେତ୍ରକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି| ଦୈନିକ ପ୍ରାୟ ୩୦ ହଜାରରୁ ଉର୍ଦ୍ଧ୍ବ ପର୍ଯ୍ୟଟକ ଓ ଭକ୍ତ ଶ୍ରୀକ୍ଷେତ୍ରକୁ ଆସୁଛନ୍ତି। ପ୍ରାୟତଃ ପ୍ରଥମେ ମହାପ୍ରଭୁଙ୍କ ଭୁଙ୍କ ଦର୍ଶ ଦର୍ଶନ ସାରିବା ପରେ ରେ ପୁରୀର ପୁ ସ୍ଵର୍ଣ୍ଣିମ ବେଳାଭୂମିର ମଜା ଉଠାଇବା ପାଇଁ ପର୍ଯ୍ୟଟକ ପୁରୀ ଆସୁଛନ୍ତି। ଯେତିକି ସହରରେ ରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢୁଛି ସେତିକି ଟ୍ରାଫିକ ସମସ୍ୟା ମଧ୍ୟ ବଢୁଛି । ଅନେକ ସମୟରେ ପର୍ଯ୍ୟଟକମାନେ ଗାଡ଼ି ପାଙ୍କି ନେଇ ହଇରାଣ ହରକତ ହେଉଛନ୍ତି । ଖାସ କରି ଛୁଟି ଦିନ ମାନଙ୍କରେ ବେଳାଭୂମି ମାର୍ଗରେ ଦେଖିବାକୁ ମିଳୁଛି ଟ୍ରାଫିକ ଜମି ଭଳି ସମସ୍ୟା। ପୁରୀକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହେବେ ସେନେଇ ପୁରୀ ପୋଲିସ ପ୍ରଶାସନ ତତ୍ପର ରହିଛି। ଏଭଳି ସମସ୍ୟା କିଛି ମାତ୍ରାରେ ବେଆଇନ ଗାଡି ପାର୍କି ନିମନ୍ତେ ମଧ୍ଯ ହେଉଛି । ତେବେ ବେଆଇନ ପାର୍ଟିକୁ ରୋକିବା ପାଇଁ ପୋଲିସ ପକ୍ଷରୁ ଗୁରୁତ୍ବପୂର୍ଣ ଛକ ଗୁଡିକରେ ଯାନବାହାନ ଯାଞ୍ଚ ଏବଂ ଏ ଦିଗରେ ତୀବ୍ର କାର୍ଯ୍ୟକାରିତା ଗ୍ରହଣ କରାଯାଉଛି। ଅନ୍ୟପଟେ ପୁରୀ ସିଟି ଡିଏସପି ପ୍ରଶାନ୍ତ କୁମାର ସାହୁ ଓ ଟ୍ରାଫିକ ଥାନା ଅଧିକାରୀଣିସଂଗୀତ ଦାସ ମଧ୍ଯ ଟ୍ରାଫିକ ସମସ୍ୟା ନିଜେ ବୁଲି ତଦାରଖ କରୁଛନ୍ତି ।

Leave a Reply

Your email address will not be published. Required fields are marked *