ଫୋଟ ସାମ୍ବାଦିକଙ୍କୁ ସହାୟତାର ହାତ ବଢ଼ାଇଲେ ଅର୍ବାନ ବ୍ୟାଙ୍କ ସଭାପତି
ବ୍ରହ୍ମପୁର:ଫୋଟ ସାମ୍ବାଦିକ ସୀମାଞ୍ଚଳ ସାହୁଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ଥିବା ଜାଣିବା ପରେ ମଙ୍ଗଳବାର ସନ୍ଧ୍ୟାରେ ଅର୍ବାନ ବ୍ୟାଙ୍କ ସଭାପତି ତଥା ପୂର୍ବତନ କର୍ପୋରେଟର ଆର.ମୂରଲୀ ମୋହନ ସୀମାଞ୍ଚଳଙ୍କ ନିମଖଣ୍ଡି ସ୍ଥିତ ବାସଭବନକୁ ଯାଇ ତାଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ତାଙ୍କ ପରିବାର ଲୋକଙ୍କୁ ପଚାରିବୁଝିଥିଲେ ।ପରେ ସୀମାଞ୍ଚଳଙ୍କ ପରିବାର ବର୍ଗଙ୍କୁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ସହ ଏକ ଶର୍ଯ୍ୟା ମଧ୍ୟ ସେ ପ୍ରଦାନ କରିଛନ୍ତି ।