ରୟାଲ୍ ବେଙ୍ଗଲ ଟାଇଗର ଟାଏକୋଣ୍ଡୋ ଏକାଡେମୀର ବଡ଼ ସଫଳତା ।

0
Spread the love


ପୁରୀ (ରବୀନ୍ଦ୍ର କୁମାର):-ରାଜ୍ୟସ୍ତରୀୟ ପ୍ରତିଯୋଗିତା ରେ କେ .ଏସ୍ . ଆର୍ ରୟାଲ୍ ବେଙ୍ଗଲ ଟାଇଗର ଟାଏକୋଣ୍ଡୋ ଏକାଡେମୀର ବଡ଼ ସଫଳତା ।ଗତ ମାସ ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୧ ତିନି ଦିନ ଧରି କଟକ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ ଠାରେ ଓଡିଶା ଟାଇକୋଣ୍ଡୋ ସଙ୍ଘ ଦ୍ୱାରା ପରିଚାଳିତ ରାଜ୍ୟସ୍ତରୀୟ କିରୋଗୀ ଏବଂ ପୁମସି ଟାଇକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଏଥିରେ ପୁରୀ ସ୍ଥିତ କେ .ଏସ୍ . ଆର୍ ରୟାଲ୍ ବେଙ୍ଗଲ ଟାଇଗର ଟାଏକୋଣ୍ଡୋ ଏକାଡେମୀ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଆଶୀର୍ବାଦ ନେଇ କଟକ ବସ୍ ମାଧ୍ୟମ ରେ ଗସ୍ତ କରିଥିଲେ l କେ .ଏସ୍ . ଆର୍ ରୟାଲ୍ ବେଙ୍ଗଲ ଟାଇଗର ଟାଏକୋଣ୍ଡୋ ରୁ ୭ ଜଣ ପ୍ରତିଯୋଗି କିରୋଗୀ ଏବଂ ପୁମସି ର ଦୁଇଟି ଇଭେଣ୍ଟ ରେ ଭାଗ ନେଇଥିଲେ ।ଏଥିରୁ ୨ଟି ସ୍ଵର୍ଣ ପାଇଥିବା ବେଳେ ୨ଟି ରୋପ୍ୟ ଏବଂ ୯ଟି କାଁସ୍ୟ ପଦକ ବିଜୟୀ ହୋଇଥିଲେ lଏହି ପ୍ରତିଯୋଗିତା ରେ ୧୮ ଟି ଜିଲ୍ଲା ରୁ ପ୍ରାୟ ୬୦ ଟି ଏକାଡେମୀ ରୁ ୮୦୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ବେଳେ ୨୮ ଜଣ ଜାତୀୟ ରେଫରୀ ଯଥା ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ,ଓ ଓଡିଶା ଏବଂ ଅନ୍ତର୍ଜାତୀୟ ସ୍ତର ର ରେଫରୀ ଆସାମ ର ମନୋନୀତ ହେଇଥିଲେ l ଏହି ପ୍ରତିଯୋଗିତାର ସଂପୁର୍ଣ ଖେଳ ଗୁଡିକ ସେନ୍ସର ମାଧ୍ୟମ ରେ ଅନୁଷ୍ଠିତ ହେଉଥିଲା ।
ପ୍ରତିଯୋଗିତା ରେ ମୁଖ୍ୟ ଅତିଥି ଭାବେ କ୍ରୀଡା ମନ୍ତ୍ରୀ ସୂଯ୍ୟବଂଶୀ ସୁରଜ ଏବଂ ଓଡିଶା ଅଲମ୍ପିକ ସଙ୍ଘ ସାଧାରଣ ସମ୍ପାଦକ ଅଭିଜିତ ପଲ ଉପସ୍ଥିତ ରହି କ୍ରୀଡାବିତ୍ ମାନଙ୍କୁ ଉତ୍ସାହିତ କରିଥିଲେ l କୃତକାଯ୍ୟ ହେଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ଓ ଏକାଡେମୀର ମୁଖ୍ୟ କେ ସନ୍ତୋଷିନି ରେଡ୍ଡୀ ଏବଂ କୋଚ କେ ଶଙ୍କର ରେଡ୍ଡୀ ଙ୍କ ସହ ରାଜ୍ୟ ସଙ୍ଘ ର ସାଧାରଣ ସମ୍ପାଦକ ମନମୋହନ ଭଞ୍ଜ ସମସ୍ତ କ୍ରୀଡାବିତ୍ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *