ଚିରା ଜରି ପାଲ ତଳେ ଜୀବନ ବିତାଉଛନ୍ତି ଭିନ୍ନକ୍ଷମ ମିଟୁ ପ୍ରଧାନର ପରିବାର।

0
Spread the love


ରମ୍ଭା :- ଖଲ୍ଲିକୋଟ ଏନ. ଏ. ସି. ୱାର୍ଡ ନଂ -୮ ର ଶ୍ୟାମସୁନ୍ଦର ପୁର ଗ୍ରାମ ପାହାଡ଼ ଜଙ୍ଗଲ ଘେରା ତଥା ସରୀସୃପ ଓ ବନ୍ୟଜନ୍ତୁଙ୍କ ଆତଯାତ ମଧ୍ୟରେ ଚିରାଫଟା ଜରି ପାଲ ତଳେ ନିଜ ଜୀବନକୁ ବିପନ୍ନ ମନେ କରି ବିତାଉଥିବା ଭିନ୍ନକ୍ଷମ ମିଟୁ ପ୍ରଧାନ(40),ବାପା ପ୍ରଫୁଲ ପ୍ରଧାନ, ମାତା ଶାନ୍ତି ପ୍ରଧାନ ଓ ଝିଅ ଲକ୍ଷ୍ମୀ ପ୍ରଧାନ ବସବାସ କରୁଛନ୍ତି l ବାହାର ରାଜ୍ୟରେ କାର୍ଯ୍ୟ କରୁଥିବା ବେଳେ ଶରୀର ଅସୁସ୍ଥ ହୋଇଯିବା ଫଳରେ ନିଜ ରାଜ୍ୟକୁ ଫେରି ଆସିଥିବା ଜଣାଯାଇଛି।ସେ ଏବେ ସମ୍ପୂର୍ଣ୍ଣ ଅକ୍ଷମ ହୋଇପଡିଥିବା ବେଳେ ସରକାରଙ୍କ ପକ୍ଷରୁ ଘର ଖଣ୍ଡେ ମିଳି ନାହିଁ କିମ୍ବା ଚିକିତ୍ସାର ସୁ ବନ୍ଦୋବସ୍ତ ପାଇଁ କୌଣସି ପ୍ରକାର ସହଯୋଗ ମିଳିନାହିଁ। ଓଳିଏ ଖାଇଲେ ଦୁଇ ଓଳି ଉପାସ ରହି ବହୁତ କଷ୍ଟରେ ଜୀବନଜାପନ କରୁଛନ୍ତି। ଏମାନଙ୍କର ଗୋଟେ ବଖରା ଝାଟିମାଟି ଚିରା ପଲିଥିନ ଘେରା ଘର ଅର୍ଦ୍ଧ ଭଗ୍ନ ଅବସ୍ଥାରେ ରହିଛି। ବର୍ଷା ହେଲେ ସେହି ଘରେ ରହିବା ବହୁତ କଷ୍ଟ ଦାୟକ ଓ ଦୁଃଖ ଦ ପୂର୍ଣ୍ଣ ବୋଲି କୁହାଯାଇଛି। ତତ ସହିତ ବିସ୍ତିର୍ଣ୍ଣ ପାହାଡ଼ ଜଙ୍ଗଲ ଘେରା ସରୀସୃପ ମାରାତ୍ମକ ଜୀବଜନ୍ତୁଙ୍କ ଆଗମନ ସଂନ୍ଧ୍ୟା ନଇଁଲେ ଋଣ ହୁଙ୍କାର ର ତ୍ରାହି ଡାକିବା ଛଡା ସରକାରଙ୍କ ପକ୍ଷରୁ କୌଣସି ପ୍ରକାର ବିହିତ ପଦକ୍ଷେପ ଗ୍ରହଣ କରାଯାଇ ନ ଥିବା ପ୍ରକାଶ କରିଛନ୍ତି। ମିଟୁ ପ୍ରଧାନର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ବେଳେ ଚିକିତ୍ସା ପାଇଁ ଅର୍ଥ ଅଭାବରୁ ଚିକିତ୍ସା କରିପାରୁନାହାନ୍ତି। ଏପରି ସ୍ଥଳେ ଅସହାୟ ଓ ଦୁସ୍ତ ପରିବାରଙ୍କୁ ବିଭିନ୍ନ ସ୍ବେଛାସେବୀ ସଂଗଠନ ତଥା ସୃଜନୀ ଫାଉଣ୍ଡେସନ ଅଧ୍ୟକ୍ଷା ଓ ରୋଟାରୀ କ୍ଲବ ଆସିଷ୍ଟାଣ୍ଟ ଗଭାର୍ଣ୍ଣର ବ୍ରହ୍ମପୁରର ବନ୍ଦିତା ତ୍ରିପାଠୀ ଓ କର୍ଣ୍ଣଲ ଅଶୋକ ତ୍ରିପାଠୀ , ଦେବୀ କୃପା ସଫ୍ଟ ଡ୍ରିଙ୍କସ ଗୋଲାଗଣ୍ଡା ପଲ୍ଲୀର ଗୌରୀ ଶଙ୍କର ପାତ୍ର, ଅବଦୁଲ କଲାମ ଚାରିଟେବଲ ଟ୍ରସ୍ଟ ଓ ଅସ୍ମିତା ମହାନ୍ତି ରେନବ ପ୍ଲେ ସ୍କୁଲ ଅଧ୍ୟଖ୍ୟ ଙ୍କ ସହାୟତା ରେ କିଛି ଆର୍ଥିକ ସହାୟତା ଏବଂ ଚାଉଳ, ଅଟା, ରାସନ ସାମଗ୍ରୀ, ଲୁଗାପଟା ପ୍ରଦାନ କରିଛନ୍ତି। ଏଥି ସହିତ ଗଜପତି ଜିଲ୍ଲା ଗୁରାଣ୍ଠି ମେଡିକାଲ ଅଫିସର ସୁଶ୍ରୀ ମମତା ପାଢ଼ୀ, ମୀନ କେତନ ଶବର (ଆର. ଆଇ ), ଜେ ହେମନ୍ତ ଚନ୍ଦ୍ର(ଅମିନ ), ଶିକ୍ଷକ ମହାଦେବ ମଲ୍ଲିକ, ଲକ୍ଷ୍ମୀ ଦାସ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ସିମାଞ୍ଚଳ ଶତପଥି ସହିତ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହିଥିଲେ। ମିଟୁ ପ୍ରଧାନକୁ ଏକ ଜାଗା ସହ ଘର ସରକାରୀ ତରଫରୁ ଯୋଗାଇ ଦିଆଯିବ ବୋଲି ଖଲ୍ଲିକୋଟ ତହସିଲଦାର କହିଛନ୍ତି l ସେଥିପାଇଁ ଟ୍ରଷ୍ଟ ତରଫରୁ ବନ୍ଦିତା ତ୍ରିପାଠୀ ତହସିଲଦାରଙ୍କୁ ଧନ୍ୟବାଦ ଜଣାଇଛନ୍ତି l

Leave a Reply

Your email address will not be published. Required fields are marked *