ମାଲବାହୀ ଟ୍ରେନର ୨ଟି ବଗି ଲାଇନଚ୍ୟୁତ
ପାରାଦୀପ:-ପାରାଦୀପ ବାଉରିଆପାଳନ୍ଦା ନିକଟରେ ମାଲବାହୀ ଟ୍ରେନର ୨ଟି ବଗି ଲାଇନଚ୍ୟୁତ। ଗୋଟିଏ ବଗି ଟ୍ରାକ ବାହାରକୁ ଅଣେଇ ହୋଇ ପଡିଥିବା ବେଳେ ଅନ୍ୟଟି ଟ୍ରାକରୁ ଖସି ପଡିଛି। ବଗିଗୁଡିକ ଖାଲି ଥିବା ଜଣାପଡିଛି। ପାରାଦୀପ ବନ୍ଦରାଞ୍ଚଳ ମଧ୍ୟକୁ ଏହି ବଗି ଗୁଡ଼ିକୁ ଇଂଜିନ ଟାଣି ନେବା ବେଳେ ଏହି ଅଘଟଣ ଘଟିଥିବା କୁହାଯାଉଛି। ତେବେ ଘଟଣାସ୍ଥଳ ରେ ପାରାଦୀପ ବନ୍ଦର ଅଧିକାରୀ ଓ ରେଲୱେ ଟେକନିସିଆନ ଟିମ ପହଞ୍ଚି ମରାମତି କାର୍ଯ୍ୟ ଆରମ୍ଭ କରିବା ସହିତ ଯଥାଶୀଘ୍ର ଲାଇନ ରୁ ବାହାରି ଯାଇଥିବା ବଗିକୁ କିପରି ଟ୍ରାକ୍ କୁ ଅଣାଯିବ ଏ ନେଇ କାର୍ଯ୍ୟ ଆରମ୍ଭ ହୋଇଯାଇଛି l ମିଳିଥିଵା ସୂଚନା ଅନୁଯାୟୀ ଏକ ମାଲବାହୀ ଖାଲି ଟ୍ରେନ ଟି ପାରାଦୀପ ବନ୍ଦର ମଧ୍ୟକୁ ଯାଉଥିବା ସମୟରେ ଦୁର୍ଘଟଣା ଘଟିଛି l ତେବେ ଏହି ଟ୍ରେନ ରେ ଖାଲି ରହିଥିବା କିଛି ଡ୍ୟାମେଜ ବଗି ବନ୍ଦର ମଧ୍ୟକୁ ନେଇ ଯାଉଥିବା ସମୟରେ ଗୋଟିଏ ବଗି ଢଳି ପଡ଼ିଥିବା ବେଳେ ଅନ୍ୟ ଏକ ବଗି ଅଧାରୁ ଅଲଗା ହୋଇଯାଇଥିଲା ।