ରାଜ୍ୟସଭା ଉପନିର୍ବାଚନ : ବିହାରରେ ଏନଡିଏ ଖାତାକୁ ଯାଇପାରେ ୨ଟି ଆସନ।

0
Spread the love

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ପରେ ବିହାରରେ ଦୁଇଟି ରାଜ୍ୟସଭା ଆସନ ଖାଲି ପଡ଼ିଛି। ଭାରତୀୟ ଜନତା ପାର୍ଟି (ବିଜେପି)ର ବିବେକ ଠାକୁର ଏବଂ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର ମିସା ଭାରତୀ ଲୋକସଭା ନିର୍ବାଚନ ଜିତିବା ପରେ ଗୋଟିଏ ଆସନ ଖାଲି ପଡ଼ିଥିଲା। କିନ୍ତୁ ରାଜ୍ୟସଭାର ଏହି ଦୁଇଟି ଖାଲି ଆସନ ଏବେ ଏନଡିଏ ଖାତାକୁ ଯାଇପାରେ ବୋଲି ଅନୁମାନ କରାଯାଉଛି । ଫଳରେ ବିହାରରେ ରାଜ୍ୟସଭା ଆସନ ହିସାବରେ ଏନଡିଏକୁ ଫାଇଦା ମିଳିଥିବା ବେଳେ ବିରୋଧୀ ଦଳର ଇଣ୍ଡିଆ ମେଣ୍ଟ ଗୋଟିଏ ରାଜ୍ୟସଭା ଆସନ ହରାଇବ।
ବିହାରର ଏହି ଦୁଇଟି ଆସନ ପାଇଁ ପୃଥକ ଭାବେ ଉପନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ କମିଶନଙ୍କ ବିଜ୍ଞପ୍ତି ଅନୁଯାୟୀ ଉଭୟ ଆସନରେ ଏକାଠି ନୁହେଁ, ଅଲଗା ଅଲଗା ନିର୍ବାଚନ ହେବ। ତେଣୁ ଇଣ୍ଡିଆ ମେଣ୍ଟ ଜିତିବାର ସମ୍ଭାବନା ନଗଣ୍ୟ। ଅଗଷ୍ଟ ୧୪ତାରିଖରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ନିର୍ବାଚନ ଆୟୋଗ ସୂଚନା ଦେଇଛନ୍ତି। ଯଦି ପ୍ରାର୍ଥୀଙ୍କ ସଂଖ୍ୟା ଦୁଇ ରହିବ ତେବେ ନିର୍ବାଚନ ହେବ ନାହିଁ।
ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ଅଗଷ୍ଟ ୨୭ ରହିଥିବା ବେଳେ ଏହି ଦିନ ଏନଡିଏ ତରଫରୁ ୨ ଜଣ ପ୍ରାର୍ଥୀ ଙ୍କୁ ଅଗଷ୍ଟ ୨୭ରେ ଚୟନ କରାଯିବ । କିନ୍ତୁ ଯଦି ଦୁଇ ତିନିରୁ ଅଧିକ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରନ୍ତି ତେବେ ସେପ୍ଟେମ୍ବର ୩ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ।
ଜୁନ୍ ମାସରେ ଶେଷ ହୋଇଥିବା ଲୋକସଭା ନିର୍ବାଚନରେ ବିବେକ ଠାକୁର ଓ ମୀସା ଭାରତୀଙ୍କ ବିଜୟ ଯୋଗୁଁ ଖାଲି ପଡ଼ିଥିବା ଆସନ ପାଇଁ ପୃଥକ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ତେଣୁ ସମସ୍ତ ବିଧାୟକ ମତଦାନରେ ଭାଗ ନେବେ। ତେଣୁ ଯିଏ ଅଧିକ ଭୋଟ୍ ପାଇବ ସେ ରାଜ୍ୟସଭାକୁ ନିର୍ବାଚିତ ହେବ ବୋଲି ଅନୁମାନ କରାଯାଏ। ବିହାରରେ ସଂଖ୍ୟା ଗଣିତ ଏନଡିଏ ସପକ୍ଷରେ ରହିଥିବାରୁ ଏନଡିଏ ଖାତାକୁ ଦୁଇଟି ଆସନ ମିଳିପାରେ ।

Leave a Reply

Your email address will not be published. Required fields are marked *