ପୁରୀ ପୌରପାଳିକା ତରଫରୁ ସ୍ବାୟତ୍ତ ଶାସନ ଦିବସ ପାଳିତ।

0
Spread the love

ପୁରୀ ଜିଲ୍ଲାସ୍ତରୀୟ ନିଶୂଳ ଭାରତ ସ୍ବାୟତ୍ତ ଶାସନ ଦିବସ ରବିବାର ସନ୍ଧ୍ୟାରେ ଟାଉନ ହଲଠାରେ ପାଳିତ ହୋଇଥିଲା। ପୌରପାଳିକା ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ୍‌ ଭାବେ ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଯୋଗଦେଇ ମହାପ୍ରଭୁଙ୍କ କ୍ଷେତ୍ର ଓ ପର୍ଯ୍ୟଟନ ପାଇଁ ପୌରପାଳିକା ହିସାବରେ ପୁରୀ ଏକ ସ୍ଵତନ୍ତ୍ର ସ୍ଥାନ ରହିଛି। ପୁରୀର ନାଗରିକଙ୍କ ସହ ଦୈନିକ ହଜାର ହଜାର ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ଏଠାକୁ ଆସୁଥିବାରୁ ପରିମଳ ଓ ସ୍ଵଚ୍ଛତା ଏକ ଚ୍ୟାଲେଞ୍ଜ । ଆମେ ସମସ୍ତେ ମିଶି ଏଥିରେ ସହଯୋଗ କରିବା ବୋଲି ସେ କହିଥିଲେ।

ସମ୍ମାନିତ ଅତିଥ୍‌ ଭାବେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ସୂଚନା ଓ ଲୋକ ସମ୍ପର୍କ ଉପନିର୍ଦେଶକ ସନ୍ତୋଷ କୁମାର ସେଠୀ, ଅତିରିକ୍ତ ପୌର ନିର୍ବାହୀ ଅଧିକାରୀ ବିଶ୍ଵ ରଞ୍ଜନ ପ୍ରଧାନ ଓ ଏନଫୋର୍ସମେଣ୍ଟ ଅଧିକାରୀ ଦେବାଶିଷ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା ଅଧ୍ଯକ୍ଷତା କରିଥିଲେ। ପ୍ରତ୍ୟୁଷରୁ ସିଂହଦ୍ଵାର ଠାରେ ପ୍ରଦୀପ ପ୍ରଜ୍ଜ୍ଵଳନ, ସିଂହଦ୍‌ଦ୍ଵାର ଠାରୁ ସ୍ବଚ୍ଛତା ସଚେତନତା ଶୋଭାଯାତ୍ରା, ଗାନ୍ଧୀଘାଟ ଯଠାରେ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ରାମଧୂନ ପରିବେଷଣ, ପୌର କାର୍ଯ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ, ସହରାଞ୍ଚଳର ବାସହୀନଙ୍କ ଆଶ୍ରୟ ସ୍ଥଳରେ ଫଳ ବଣ୍ଟନ, ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ, ଅତିଥ୍ ମାନଙ୍କ ଦ୍ବାରା ବସ୍ତି ବାସିନ୍ଦାଙ୍କୁ ଜମି ଅଧୂକାର ପ୍ରମାଣ ପତ୍ର ବଣ୍ଟନ, ପରିମଳ କର୍ମଚାରୀଙ୍କୁ ଶାଢ଼ୀ, ପୋଷାକ, ମିଷ୍ଟାନ୍ନ ବଣ୍ଟନ ଇତ୍ୟାଦି ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published. Required fields are marked *