ଭାରତୀୟ କମ୍ୟୁନିଷ୍ଟ ପାର୍ଟି( CPI)ସେ୍ଟେମ୍ବର 10-25 ରେ ଦର ବୃଦ୍ଧି ବିରୋଧରେ ଜିଲ୍ଲା ସ୍ତରୀୟ ବିକ୍ଷୋଭ ।

0
Spread the love


ବ୍ରହ୍ମପୁର:-ବ୍ରହ୍ମପୁର ପାର୍କ ସାହି ଜିଲ୍ଲା କାର୍ଯ୍ୟଳୟ ଠାରେ ସାଥି ରାଜୀବ ଲୋଚନ ପଣ୍ଡା ଙ୍କ ସଭାପତିତ୍ୱରେ ଗଂଜାମ ଜିଲ୍ଲା କାର୍ଯକାରୀ କମିଟି ବୈଠକ ଅନୁଷ୍ଠିତ ହେଇଥିଲା |ଏହି ବୈଠକରେ ରାଜ୍ୟ ପାର୍ଟିର ସହ ସମ୍ପାଦକ ନୂତନ ଭାବେ ନିବଚିତ ହେଇ ଥିବା କଂ ପ୍ରକାଶ ପାତ୍ରଙ୍କୁ ଫୁଲଗୁଚ୍ଛା ଦେଇ ସମ୍ବନ୍ଧିତ କରାଯାଥିଲା | ସେ ଏହି ବୈଠକରେ ଯୋଗ ଦେଇ ସେ୍ଟେମ୍ବର 10-25 ତାରିଖ ଭିତରେ ଦରଦମ ବୃଦ୍ଧି ବିରୋଧରେ ଜିଲ୍ଲାର ସମସ୍ତ ବ୍ଲକ ଅଫିସ ଆଗରେ ବିକ୍ଷୋଭ ଅନୁଷ୍ଠିତ ହେବ | ଆସନ୍ତା ଅକ୍ଟବେର 20 ତାରିଖରେ ଜିଲ୍ଲା ସ୍ତରୀୟ କନଭେରସନ ଅନୁଷ୍ଠିତ ହେବ | ଭାରତୀୟ କମ୍ୟୁନିଷ୍ଟ ପାର୍ଟି (CPI )ର ଶତବାଷିକ ପାଳନ ଆସନ୍ତା ଡ଼ିସେମ୍ବର 26 ତାରିଖ ରୁ ଆରମ୍ଭ କରି 2025 ଡ଼ିସେମ୍ବର 26 ତାରିଖ ପ୍ରଯନ୍ତ ପାଳନ ହେବା ପାଇଁ ନିଷ୍ପତି ନିଆଯାଇଥିଲା |

ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ପାର୍ଟର ନେତା ସାଥି ଶ୍ରୀହସ ରଥ,କାମଦେବ ନାହାକ, ପ୍ରବୀଣ ଦାଶ, କୈଳାଶ ପାତ୍ର, ଦୁର୍ଗା ପାତ୍ର,ଅନନ୍ତ ମହାକୁଡ଼, ପଚାନନ୍ନ ସ୍ୱାଇଁ, ଗୋପାଳ ଭୂୟାଁ, ରଙ୍କନାଥ ସ୍ୱାଇଁ, ରାଜେନ୍ଦ୍ର ଦାଶ ଓ ସତ୍ୟନାରାୟଣ ମହାପାତ୍ର ଅନନ୍ୟ ମାନେ ଆଲୋଚନା ଭାଗ ନେଇ ଥିଲେ |

Leave a Reply

Your email address will not be published. Required fields are marked *