ବ୍ରହ୍ମପୁର ୪ ନମ୍ବର ୱାର୍ଡରେ ସୁଭଦ୍ରା ଯୋଜନା ଆବେଦନ ପତ୍ର ବଣ୍ଟନ
ବ୍ରହ୍ମପୁର:- ରାଜ୍ୟ ସରକାରଙ୍କ ପକ୍ଷରୁ ମହିଳା ସଶକ୍ତିକରଣ ଉପରେ
ଆଜି ଠାରୁ ପ୍ରତ୍ୟେକ ଅଙ୍ଗନବାଡି କେନ୍ଦ୍ର ରେ ସୁଭଦ୍ରା ଯୋଜନା ଆବେଦନ ପତ୍ର ପ୍ରଦାନ ଆରମ୍ଭ କରିଛନ୍ତି । ଏହି ଅବସରରେ ବ୍ରହ୍ମପୁର
ମହାନଗର ନିଗମ ୪ ନମ୍ବର ୱାର୍ଡର ଗୁରୁମୁର୍ତ୍ତି ପେଣ୍ଠ କଲ୍ୟାଣ ମଣ୍ଡପ ଠାରେ ପୂର୍ବତନ କର୍ପୋରେଟର ତଥା ବ୍ରହ୍ମପୁର ବିଧାୟକ ପ୍ରତିନିଧି ଅଶୋକ କୁମାର ଶୁକ୍ଳ, ୱାର୍ଡ କର୍ପୋରେଟର ସନ୍ଧ୍ୟା ରାଣୀ ଶୁକ୍ଳ , ଅଙ୍ଗନବାଡ଼ି କର୍ମୀ ତଥା ମ୍ୟୁନିସିପାଲିଟି ସିଓ ଙ୍କ ଉପସ୍ଥିତି ରେ ସୁଭଦ୍ରା ଯୋଜନା ର ଫର୍ମ ଉଦ୍ଘାଟନ କରାଯାଇ ଥିଲା। ଆଜି ମହିଳା ମାନଙ୍କୁ ଫର୍ମ ବଣ୍ଟନ କରାଯାଇଥିଲା।ଜଣେ ମହିଳାଙ୍କୁ ଗୋଟିଏ ଫର୍ମ ବଣ୍ଟନ କରାଯିବ। ଏହି ଫର୍ମ ଅଙ୍ଗନବାଡ଼ି କେନ୍ଦ୍ରରୁ ନେଇ ଜନ ସେବା କେନ୍ଦ୍ର ରେ ଆବେଦନ କରିବେ । ଆବେଦନ କାରି ସେମାନଙ୍କ ଆଧାର କାର୍ଡ ରେ ଫୋନ ନମ୍ବର ଓ ବ୍ୟାଙ୍କ ଆକାଉଣ୍ଟ ରେ ଫୋନ ନମ୍ବର ଥିବା ଦରକାର କରେ ବୋଲି ଆଜି ଫର୍ମ ବଣ୍ଟନ ବେଳେ କହି ସଚେତନ କରିଥିଲେ।