ବିକ୍ଷିପ୍ତା ସାହିତ୍ଯ ପ୍ରତିଷ୍ଠାନ ତରଫରୁ ସମ୍ମାନିତ ହେଲେ ସାମ୍ବାଦିକ ସୁଦୀପ ସାହୁ।

0
Spread the love


ବ୍ରହ୍ମପୁର:-, ବିକ୍ଷିପ୍ତା ସାହିତ୍ଯ ପ୍ରତିଷ୍ଠାନ, ବୁଗୁଡ଼ା ଏବଂ ବ୍ରହ୍ମପୁର ସାହିତ୍ଯ ପରିଷଦ, ବ୍ରହ୍ମପୁର ଆନୁକୁଲ୍ୟରେ ବ୍ରହ୍ମପୁର ସ୍ଥିତ ଶଶିଭୂଷଣ ରଥ (ସ୍ଵୟଂଶାସିତ) ସରକାରୀ ମହିଳା ମହାବିଦ୍ୟାଳୟର ଠାରେ ସାହିତ୍ଯ ଆଲୋଚନା ଓ କବିତା ପାଠ ଆସର ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଏହି ସାହିତ୍ଯ ମହାସଭାରେ ବ୍ରହ୍ମପୁର ଓ ଗଞ୍ଜାମ ଜିଲ୍ଲା ତଥା ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୨୦୦ ରୁ ଅଧିକ କବି, କବୟିତ୍ରୀ, ସାହିତ୍ୟିକ, ସଂଗଠକ ଓ ସାହିତ୍ଯ ପ୍ରେମୀ ଯୋଗଦାନ କରିଥିଲେ । ମୁଖ୍ଯ ଅତିଥି ଇଂ ଯାମିନୀକାନ୍ତ ଦାଶ, ମୁଖ୍ଯ ବକ୍ତା ଡ. ସଞ୍ଜୟ କୁମାର ପଣ୍ଡା, ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଚିତରଞ୍ଜନ ସତପଥୀ, ଡାକ୍ତର ଓ କବି ରାଜେନ୍ଦ୍ର ବେହେରା, ମହାବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ଯ ବିଭାଗ ମୁଖ୍ଯ ଶ୍ରୀଯୁକ୍ତ ଶାନ୍ତନୁ ସୁନା, ବ୍ରହ୍ମପୁର ସାହିତ୍ଯ ପରିଷଦ ସଭାପତି ଶ୍ରୀଯୁକ୍ତ ସୁଶାନ୍ତ ଦାଶ, ବିକ୍ଷିପ୍ତା ସାହିତ୍ଯ ପ୍ରତିଷ୍ଠାନର ସଭାପତି ଶ୍ରୀଯୁକ୍ତ ଗୌରୀପତି ଦାଶ ଏହି ସାହିତ୍ଯ ସଭାରେ ନିଜ ନିଜର ବକ୍ତବ୍ଯ ରଖିଥିଲେ ।

ଓଡ଼ିଆ ଭାଷା ଓ ସାହିତ୍ୟର ଏହି ମହା ଉତ୍ସବରେ ପ୍ର୍ରାୟ ୧୮୦ ଜଣ ବିଶିଷ୍ଟ କବି ଓ କବୟିତ୍ରୀଙ୍କର କବିତାକୁ ନେଇ ଏକ କବିତା ସଂକଳନର ‘କାବ୍ୟଧାରା’ ଉନ୍ମୋଚନ ହୋଇଥିଲା । ଡ. ଶ୍ୟାମାପ୍ରସାଦ ମିଶ୍ରଙ୍କ ରଚିତ “ନୀରବ ଭଗ୍ନାଂଶ (ହିନ୍ଦୀ)” ଓ ଶ୍ରୀମତୀ ରୋଜାଲିନ ସେନାପତିଙ୍କ “ନାରୀ ଏକ ଝୁଲନ୍ତା ତରବାରୀ” ଏବଂ ଶ୍ରୀଯୁକ୍ତ ସୁନୀଲ କୁମାର ଗୌଡ଼ ଙ୍କର “ବିଚିତ୍ରବର୍ଣ୍ଣା” କବିତା ସଂକଳନର ବି ଶୁଭ ଉନ୍ମୋଚନ ହୋଇଥିଲା ।

ବିଶିଷ୍ଟ ସାହିତ୍ୟିକ ଓ ସଂଗଠକ ଡ. (ଇଂ) ସଞ୍ଜୟ କୁମାର ପଣ୍ଡା, ଇଂ. ଯାମିନୀକାନ୍ତ ଦାଶ, ଡ. ବନମାଳି ପାଣିଗ୍ରାହୀ, ଡ. ସିମାଞ୍ଚଳ ପ୍ରଧାନ, ଇଂ. ପ୍ରଦୀପ କୁମାର ଷଡଙ୍ଗୀ, ଶ୍ରୀଯୁକ୍ତ ପ୍ରସନ୍ନ କୁମାର ପଣ୍ଡା, ଶ୍ରୀମତୀ ଦୀପ୍ତିମିତା ମହାପାତ୍ର, ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ତ୍ରିପାଠୀ, ଡ. ଭବାନୀ ଶଙ୍କର ମିଶ୍ର ଓ ବରିଷ୍ଠ ସାମ୍ବାଦିକ ତଥା ଗାୟକ୍ ସୁଦିପ କୁମାର୍ ସାହୁ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି ସାହିତ୍ଯ ସଭାରରେ ଏକକାଳୀନ ଅନୁଷ୍ଠିତ ହୋଇଥିବା ତିନୋଟି କବିତା ପାଠ ଆସରରେ ଶ୍ରୀଯୁକ୍ତ କୃତିବାସ ବିଶ୍ବାଳ, ଶ୍ରୀମତୀ ଅଞ୍ଜଳି ଦାଶ ଏବଂ ଡ. ଲକ୍ଷ୍ମୀନାରାୟଣ ଦାଶ ସଭାପତିତ୍ବ କରିଥିଲେ । ସୁଶ୍ରୀ ସୁଚେତା ପାଣିଗ୍ରାହୀ, ସୁଶ୍ରୀ ନୀହାରିକା ସାହୁ, ଶ୍ରୀଯୁକ୍ତ ରାଇରଂଜନ ନନ୍ଦ ଓ ଶ୍ରୀଯୁକ୍ତ ମାଧବ ବାଡ଼ତ୍ୟା କବିତା ସଂଯୋଜନା କରିଥିଲେ ।

ବିକ୍ଷିପ୍ତା ସାହିତ୍ଯ ପ୍ରତିଷ୍ଠାନର ସାଧାରଣ ସଂପାଦକ ଡ. ଶ୍ୟାମାପ୍ରସାଦ ମିଶ୍ର ତଥା ବିକ୍ଷିପ୍ତା ସାହିତ୍ଯ ପ୍ରତିଷ୍ଠାନର ଅନ୍ୟ ସମସ୍ତ କାର୍ଯ୍ୟକର୍ତ୍ତା ଅତି ସୁନ୍ଦର ଭାବେ ଏହି ସାହିତ୍ଯ ଆସରର ପରିଚାଳନା କରି ଆସରକୁ ଆଶାତୀତ ସଫଳତା ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *