ବରିଷ୍ଠ ନାଗରିକଙ୍କ ଚିକିତ୍ସା ଶିବିର ଓ ଚକ୍ଷୁଦାନ ପକ୍ଷ ପାଳନର ୮ମ ଦିବସରେ ସଚେତନତା କାର୍ଯ୍ୟକ୍ରମ*

0
Spread the love


ବ୍ରହ୍ମପୁର:- ଫ୍ରେଣ୍ଡସ ହେଲପିଙ୍ଗ କ୍ଳବ ,ବ୍ରହ୍ମପୁର ଚକ୍ଷୁଦାନ ପକ୍ଷପାଳନର ଅଷ୍ଟମ ଦିବସରେ
ଫ୍ରେଣ୍ଡସ ହେଲପିଙ୍ଗ କ୍ଳବର ନିଜସ୍ୱ କାର୍ଯ୍ୟାଳୟଠାରେ ବରିଷ୍ଠ ନାଗରିକଙ୍କ ପାଇଁ ଅନୁଷ୍ଠିତ ହେଉଥିବା ଜେରିଆଟ୍ରିକ ଶିବିରରେ ଉପସ୍ଥିତ ଥିବା ୯୨ ଜଣ ବରିଷ୍ଠ ନାଗରିକଙ୍କ ମଧ୍ୟରେ ଚକ୍ଷୁଦାନ ବିଷୟରେ ସଚେତନତା କରଯାଇଥିଲା।
ଏଥିରେ ଅବସରପ୍ରାପ୍ତ ଚକ୍ଷୁବିଶେଷଜ୍ଞ ପ୍ରଫେସର ବି.ନାଗେଶ୍ୱର ରାଓ ସୁବୁଦ୍ଧି ଵକ୍ତବ୍ୟ ରଖିଥିଲେ। ଡ଼ାଇବେଟିକ ରେଟିନୋପାଥି ନିରୂପଣପାଇଁ ପରୀକ୍ଷା କରାଯାଇଥିଲା। ବରିଷ୍ଠ ନାଗରିକଙ୍କ ରକ୍ତଶର୍କରା , ରକ୍ତ ଚାପ ପରୀକ୍ଷା ଓ ଅବଶ୍ୟକସ୍ଥଳେ ଇ.ସି.ଜି.କରାଯାଇ ନିଃଶୁଳ୍କ ଚିକିତ୍ସା କରାଯାଇ ମାଗଣା ଔଷଧ ବିତରଣ କରାଥିଲା। ଏହି ଶିବିରରେ ମେଡ଼ିସିନ ବିଭାଗର ସହକାରୀ ପ୍ରଫେସର ଏମ.ନାଗେଶ୍ୱର ରାଓ, ଡ଼ା.ଯେ.ଭାରତୁଡୁ, ଅସ୍ଥିସଲ୍ୟ ବିଶେଷଜ୍ଞ ଡ.କେ.ଶେଷକର ରାଓ, ଦାନ୍ତ ବିଶେଷଜ୍ଞ ଡା.ସ୍ୱର୍ଯ୍ୟ କିରଣ,ଡ଼ା.ପଦ୍ମନାଭ ରାଓ, ଚକ୍ଷୁବିଶେଷଜ୍ଞ ଡ଼ା.ଏଡ଼ବିନ ଜେମ୍ସ, କାନ,ନାସା ଓ ଗଳା ବିଶେଷଜ୍ଞ ଇ. ରଞ୍ଜିତ କୁମାର ପାତ୍ର, ଯୋଗଦେଇ ଚିକିତ୍ସା କରିଥିଲେ। ଆଜିର ଜେରିଆଟ୍ରିକ ଶିବିରର ସମସ୍ତ ଖର୍ଚକୁ ଜଗନ୍ନାଥ ରାଓ ଦେଇ ଥିବା କ୍ଳବର ସମ୍ପାଦକ ସତ୍ୟକମ୍ ପାତ୍ର ଜଣାଇଛନ୍ତି।
ପ୍ରଫେସର ନାଗେଶ୍ୱର ରାଓ ଚକ୍ଷୁଦାନର ବିଭିନ୍ନ ଦିଗ ବିଷୟରେ ବୁଝାଇଥିଲେ । ଦେଶରୁ ଅନ୍ଧତ୍ୱ ଦୂରୀକରଣ ପାଇଁ ଚକ୍ଷୁ ଦାନ ନିତାନ୍ତ ଆବଶ୍ୟକ। ମୃତ୍ୟୁପରେ ଚକ୍ଷୁ ଦାନ କରାଯାଏ। ମୃତ୍ୟୁର ୬ ଘଣ୍ଟା ମଧ୍ୟରେ ଆଖିର ସ୍ୱଚ୍ଛ ପଟଳ( cornea)କୁ ହିଁ ତାଲିମପ୍ରାପ୍ତ ଡାକ୍ତରଙ୍କ ଦ୍ୱାରା ସଂଗ୍ରହ କରଯାଏ। ମୃତ୍ୟୁ ପରେ ପରେ ଚକ୍ଷୁଦାତାଙ୍କ ଦୁଇଆଖିକୁ ଓଦା ରଖିବା ପାଇଁ ଆଖିରେ ଓଦା ତୁଳା ବା କନା ରଖିବାକୁ ପଡିଥାଏ ଓ ପଙ୍ଖା ବନ୍ଦ କରିବାକୁ ହୋଇଥାଏ। ତାଲିମ ପ୍ରାପ୍ତ ଚକ୍ଷୁ ଡାକ୍ତର ଚକ୍ଷୁର ସ୍ଵଛପଟଳ କେବଳ ପନ୍ଦର ମିନିଟ ମଧ୍ୟରେ ସଂଗ୍ରହ କରିବାପରେ ତାହା ସୁରକ୍ଷିତ ଭାବେ ରଖାଯାଏ ଓ ୭ ଦିନ ମଧ୍ୟରେ ଅପେକ୍ଷାରତ କର୍ଣ୍ଣିଆଜନିତ ଦୃଷ୍ଟଶକ୍ତିବାଧିତ ବ୍ୟକ୍ତିଙ୍କଠାରେ ପ୍ରତିରୋପଣ କରାଯାଇଥାଏ ବୋଲି ସୂଚାଇ ଥିଲେ।
ଏହି କାର୍ଯ୍ୟକ୍ରମରେ ଏ.ରଘୁନାଥମ, ଆନନ୍ଦ ରାଓ, ମନୋଜ କୁମାର ପାଢୀ, ପ୍ରବୀଣ କୁମାର, ଇ.ଡି.ପାତ୍ର, ଏ.ଏସ.ଏନ.ଗୁପ୍ତା, ରାମଚନ୍ଦ୍ର ରାଓ , ଜମୁଲା ସୁରେଶ, କେ .ପୁରୁଷୋତ୍ତମ କୁମାର ସୁବୁଦ୍ଧି ,ଅନୀଲ କୁମାର ଚୌଧୁରୀ, ଇ.ଜଗଡ଼ିଶ୍ୱର ରାଓ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *