ଚୋର ଭାବି ଲୋକେ ଗୋଡ଼ାଇଲେ ଉଦ୍ଧାର କରି ପରିବାରକୁ ହସ୍ତାନ୍ତର କଲେ ସ୍ୱେଚ୍ଛାସେବୀ,ସୋସିଆଲ ମିଡ଼ିଆ ପରିବାର ପାଖରେ ପହଞ୍ଚାଇଲା।

0
Spread the love


ଗଞ୍ଜାମ (ବିନୋଦ ଚନ୍ଦ୍ର ପଲାଇ): ଗଞ୍ଜାମ ସହରରେ ଜଣେ ଯୁବକଙ୍କୁ ଚୋର ଭାବି କିଛି ଲୋକ ଗୋଡ଼ଉଥିବା ବେଳେ, ଖବରପାଇ କେତେଜଣ ସ୍ୱେଚ୍ଛାସେବୀ ଉଦ୍ଧାର କରି ସେହି ଯୁବକ ଫୋଟୋ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ। ସୋସିଆଲ ମିଡ଼ିଆରୁ ତାର ପରିବାର ସମ୍ପର୍କରେ ପରିଚୟ ମିଳିବା ପରେ ତାଙ୍କ ଘରଲୋକ ଙ୍କୁ ହସ୍ତାନ୍ତର କରିଥିଲେ। ଉଦ୍ଧାର ହୋଇଥିବା ଯୁବକଟି ଚୋର ନଥିଲା ବରଂ ଜଣେ ସାମନ୍ୟ ମାନସିକ ବିକୃତି ଥିଲା। ଗଞ୍ଜାମ ବ୍ଳକ ଅନ୍ତର୍ଗତ କାଇଞ୍ଚପୁର ଗ୍ରାମରେ ଗତକାଲି ରାତିରେ ଏକ ଯୁବକ ବୁଲୁଥିବା ବେଳେ ତାକୁ ପିଲା ଚୋର ଭାବି ସନ୍ଦେହେରେ କିଛି ଲୋକ ଗୋଡାଉଥିଲେ। ସେହି ରାସ୍ତାରେ ଯାଉଥିବା ସ୍ୱେଚ୍ଛାସେବୀ ସାମା ରେଡ୍ଡୀ,କିରଟ ରେଡ୍ଡୀ, ସଞ୍ଜୟ ଦାଶ ଉଦ୍ଧାର କରିଥିଲେ। ପରେ ସ୍ଥାନୀୟ “ଇକୋ ୱାରିଅର ” ସ୍ବେଛାସେବୀଙ୍କୁ ହସ୍ତାନ୍ତର କରିଥିଲେ। ଏହି ବ୍ୟକ୍ତିଙ୍କର ପରିଚୟ ପାଇବା ପାଇଁ ସୋସିଆଲ ମିଡିଆର ସହାୟତା ନେଇଥିଲେ। ସୋସିଆଲ ମିଡ଼ିଆରୁ ଉଦ୍ଧାର ଯୁବକଙ୍କ ନା ମନ୍ମଥ ବେଜ଼ ତାଙ୍କର ଘର ଚିକିଟି ବ୍ଲକର ରାମଚନ୍ଦ୍ରପୁର ପଞ୍ଚାୟତ ର ଆମ୍ବଗାଁ ବୋଲି ପରିଚୟ ଜଣାପଡିଥିଲା।

ସ୍ବେଚ୍ଛାସେବୀ ମାନେ କାଳବିଳମ୍ବ ନକରି ସେହି ଅଧରାତିରେ ବାହାରିଥିଲେ ମନ୍ମଥ ଙ୍କ ଗା ଅଭିମୁଖେ। ପ୍ରଭାତ ବିଶ୍ୱାଳ, ସମରେଶ ପ୍ରଧାନ, ଦୁର୍ଗା ମାଧବ ପାଣିଗ୍ରାହୀ, ପ୍ରଭାତ ସାହୁ, ଟୁନା ମହାନ୍ତି, ଅଖିଳ ତରାଇ, ସଞ୍ଜୟ ସ୍ୱାଇଁ, ସିମାଞ୍ଚଳ ଦାଶ ପ୍ରମୁଖ ତାଙ୍କୁ ଧରି ଗ୍ରାମରେ ପହଞ୍ଚି ଥିଲେ। ଯାହାକୁ ପିଲାଚୋର ବୋଲି ଲୋକେ ଭାବୁଥିଲେ, ତାଙ୍କ ବିଷୟରେ ଜାଣିବା ପରେ ସମସ୍ତେ ସ୍ତବ୍ଧ ହୋଇଯାଇଥିଲେ। ମନ୍ମଥ ଙ୍କ ଶ୍ରଦ୍ଧାରେ ଗଙ୍ଗା ଡାକନ୍ତି। ଜଣେ ସରଳ, ନିଷ୍କପଟ ନିର୍ମଳ ହୃଦୟର । ପରିବାର କହିଲେ ସ୍ତ୍ରୀ ଓ ତିନିବର୍ଷର ପୁଅଟିଏ। ଗଙ୍ଗା ଗ୍ରାମରେ ଘର ଘର ବୁଲି ଲୋକଙ୍କୁ ଖେର, ଚୁଟି କାଟେ ଓ ମାଲିସ ମଧ୍ୟ କରେ। ଗ୍ରାମବାସି କହିବା ସହ ଏହା ମଧ୍ୟରେ ପୂର୍ବରୁ ତିନିଥର ଘର ଛାଡି ପଳାଇଥିବା କହିଥିଲେ। ସ୍ୱାମୀକୁ ଦେଖି କୋହ ସମ୍ଭାଳି ପାରିନଥିଲା ତାଙ୍କ ସ୍ତ୍ରୀ। ଗ୍ରାମରୁ ଫେରିବା ସମୟରେ ଗଙ୍ଗା ମାନସିକ ବିକୃତି ହେଲେ ମଧ୍ୟ ନମସ୍କାର କରି କୃତଜ୍ଞତା ଜଣାଇବାକୁ ଭୁଲିନଥିଲା। ଏହା କୌଣସି ଫିଲ୍ମ ଠାରୁ କମ ନଥିଲା। ତେଣୁ ଏପରି ସ୍ଥଳରେ ଥରେ ଭୁଲ ପଦକ୍ଷେପ ନେବା ପୂର୍ବରୁ ବୁଝି ବିଚାରୀ କାର୍ଯ୍ଯ କରିବାକୁ ସ୍ବେଚ୍ଛାସେବୀ ମାନେ ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *