ପିପିଲିରର ବାର୍ଡ ଫ୍ଲୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ରୂପଭାନୁ ମିଶ୍ରଙ୍କ ପ୍ରତିକ୍ରିୟା।
ପୁରୀ:-ପିପିଲିରର ବାର୍ଡ ଫ୍ଲୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ରୂପଭାନୁ ମିଶ୍ରଙ୍କ ପ୍ରତିକ୍ରିୟା।ମଣିଷ ଶରୀରରେ ବାର୍ଡ ଫ୍ଲୁ ନେଇ କୌଣସି ସୂଚନା ନାହିଁ।ଜଣଙ୍କର ସ୍ୱାବ ପରୀକ୍ଷା ପାଇଁ ପଠାଯାଇଛି।୭ ଦିନ ଭିତରେ ରିପୋର୍ଟ ଆସିବ।ପିପିଲି ଓ ସତ୍ୟବାଦୀ ଅଞ୍ଚଳରେ ୪ ଟି RRT ବା ରାପିଡ଼ ରେସପନ୍ସ ଟିମ ଗଠନ କରାଯାଇଛି।ତେବେ ପରିସ୍ଥିତି ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ।ସ୍ୱାସ୍ଥ୍ୟ ବିଭାଗ ପରିସ୍ଥିତି ଉପରେ ସମ୍ପୂର୍ଣ୍ଣ ନଜର ରଖିଛି।ସେହି ଅଞ୍ଚଳରେ କିଛି ଦିନ ପାଇଁ ଚିକେନ ନ ଖାଇବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।ଜିଲ୍ଲାର ପିପିଲି ଓ ସତ୍ୟବାଦୀ ଅଞ୍ଚଳ ବ୍ୟତୀତ ଅନ୍ୟ କୌଣସି ସ୍ଥାନରୁ ବାର୍ଡ ଫ୍ଲୁ ଖବର ଆସି ନାହିଁ।ସଂକ୍ରମିତ ଅଂଚଳରେ ତଣ୍ଟି ଦରଜ ,କାଶ ଭଳି ଲକ୍ଷଣ ଦେଖା ଦେଲେ ତୁରନ୍ତ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ପରାମର୍ଶ ଦିଆଯାଇଛି।ପିପିଲିରେ ଆଇସୋଲେସନ ୱାର୍ଡର ବ୍ୟବସ୍ଥା ହୋଇଥିବା ସିଡ଼ିଏମଓ ସୂଚନା ଦେଇଛନ୍ତି।