ପୁରୀ ଜିଲ୍ଲା ସ୍ତରୀୟ ଡିଜିଟାଲ ଫସଲ ସର୍ବେକ୍ଷଣ ସଚେତନତା କାର୍ଯ୍ୟକ୍ରମ।
ପୁରୀ:- ସଠିକ କ୍ଷେତ୍ର ପରିମାଣ ଓ ଫସଲ ପରିଚାଳନା ପାଇଁ ଡିଜିଟାଲ ଫସଲ ସର୍ବେକ୍ଷଣ କୃଷକ ମାନଙ୍କୁ ଅନେକ ସହାୟକ ହେବ।ଏଥିପାଇଁ ପ୍ରତ୍ୟେକ ଜିଲ୍ଲାରେ ଡିଜିଟାଲ ଫସଲ ସର୍ବେକ୍ଷଣ ର ସଚେତନତା ଅଭିଯାନ ଓ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହେଉଛି।ପୁରୀ ଜିଲ୍ଲା ରେ ଏହି ସଚେତନତା କାର୍ଯ୍ୟକ୍ରମ ଆଜି ପୂର୍ବାହ୍ନରେ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଥିଲା।ଏଥିରେ ଯୋଗ ଦେଇ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ପ୍ରଦୀପ କୁମାର ଦାଶ ଯୋଗ ଦେଇ ଏହି ସର୍ବେକ୍ଷଣ ଦ୍ଵାରା କୃଷି ଓ କୃଷକ ଙ୍କୁ ଅନେକ ସୁବିଧା ଥିବାରୁ ସର୍ବେକ୍ଷଣ କୁ ସଠିକ ଭାବେ ପରିଚାଳନା ଉପରେ ଗୁରୁତ୍ୱ ଦେଇଥିଲେ।ସୂଚନା ଅନୁସାରେ ଜିଲ୍ଲାର ପ୍ରାୟ ୮ ଲକ୍ଷ କୃଷି ହେଉଥିବା ପ୍ଲଟର ସର୍ଭେ ହେବ।ଏଥିପାଇଁ ସର୍ଭେୟର ମାନ ଙ୍କୁ ପ୍ରଶିକ୍ଷଣ ସହ ଏକ ସ୍ୱତନ୍ତ୍ର ଆପ ପ୍ରଦାନ କରାଯାଇଛି। ଏଥିପାଇଁ ପ୍ରାୟ ୧୨୦୦ ସର୍ଭେୟର ଙ୍କୁ ପ୍ରଶିକ୍ଷିତ କରାଯାଇଛି।ଏମାନଙ୍କ ସର୍ଭେ ରିପୋର୍ଟକୁ ସୁପରଭାଇଜର ମାନେ ତଦାରଖ କରିବେ।ଏହି ତଦାରଖ କାର୍ଯ୍ୟ ରେ ବ୍ଲକ ସ୍ତରୀୟ ମାଷ୍ଟର ଟ୍ରେନର ମାନେ ସହଯୋଗ କରିବେ। ଡିଜିଟାଲ ଫସଲ ସର୍ବେକ୍ଷଣ ର ସୁବିଧା ଅନୁସାରେ ସମୟାନୁମୋଦିତ ଫସଲ କ୍ଷେତ୍ର ଆକଳନ, ସରଳ ଭାବେ ଋଣ ପ୍ରଦାନ ମାଧ୍ୟମ, ପ୍ରକୃତ ବୀମାକାରୀ ଙ୍କୁ ଚିହ୍ନଟ କରି ଫସଲ ବୀମା କ୍ଷେତ୍ରରେ ସଠିକ ପ୍ରିମିୟମ ଗଣନା, ଫସଲ ବିବିଧିକରଣ ପ୍ରସ୍ତୁତି,ବିପଣନ କେନ୍ଦ୍ର ସ୍ଥାପନ ପାଇଁ ଆଗୁଆ ଯୋଜନା, ବିଭିନ୍ନ କୃଷି ଯୋଜନା ର ତଦାରଖ, ଚାଷ ଆବଶ୍ୟକତା ଅନୁଯାୟୀ ବ୍ୟକ୍ତିଗତ ପରାମର୍ଶ ପ୍ରଦାନ, ସରକାରଙ୍କ ପ୍ରଚଳିତ ଯୋଜନା ରେ ସାମିଲ ଓ ଡିଜିଟାଲ ମାଧ୍ୟମରେ ଚାଷ ଓ ଆନୁଷଙ୍ଗିକ ତଥ୍ୟ ସୁରକ୍ଷିତ ଭାବେ ସଂରକ୍ଷଣ ର ବ୍ୟବସ୍ଥା ରହିଛି ବୋଲି ବିଷୟ ବିଷାରଦ ଅପର୍ଣ୍ଣା ପ୍ରିୟଦର୍ଶିନୀ ପତି ସୂଚନା ଦେଇଥିଲେ।କାର୍ଯ୍ୟକ୍ରମ ରେ ଜିଲ୍ଲା ମତ୍ସ୍ୟ ଅଧିକାରୀ ବିଭୂ ରଞ୍ଜନ ପୃଷ୍ଟି, ପୁରୀ ଜିଲ୍ଲା କୃଷି ଅଧିକାରୀ ସୁଶାନ୍ତ କୁମାର ଦାସ ଯୋଗ ଦେଇ ବିବିଧ ସୂଚନା ଦେଇଥିଲେ।କାର୍ଯ୍ୟକ୍ରମ କୁ ସସ୍ମିତା ମହାନ୍ତି ପରିଚାଳନା କରିଥିଲେ।ଏଥିରେ ବିଡିଓ, ତହସିଲଦାର,ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ,ଜନ ପ୍ରତିନିଧି ଓ ସର୍ବେକ୍ଷଣ ରେ ସାମିଲ ଅଧିକାରୀ ମାନେ ଯୋଗ ଦେଇଥିଲେ।