ଶୁକ୍ରବାର ବିଜୁ ଛାତ୍ର ଜନତା ଦଳର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହେବ
ଭୁବନେଶ୍ୱର : ଶଙ୍ଖଭବନରେ ଆଗାମୀ ଦିନର କାର୍ଯ୍ୟକ୍ରମ ଓ ସାଂଗଠନିକ ଖସଡ଼ା ପ୍ରସ୍ତୁତ କରିବ ଛାତ୍ର ବିଜେଡ଼ି। ଆସନ୍ତା ଅଗଷ୍ଟ ୩୦ ତାରିଖ ଶୁକ୍ରବାର ଦିନ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନକ୍ରମେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବୈଠକ ବିଜୁ ଜନତା ଦଳର ବହୁ ବରିଷ୍ଠ ନେତୃତ୍ବ ଯୋଗଦେବା ସହ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିବେ।
ଏହି ବୈଠକ ମୂଖ୍ୟତଃ ବିଜୁ ଛାତ୍ର ଜନତା ଦଳର ସମସ୍ତ କର୍ମକର୍ତ୍ତା କିପରି ତୃଣମୂଳ ସ୍ତରରୁ ବିଜୁ ଜନତା ଦଳର ସଂଗଠନ ସୁଦୃଢ଼ କରିବା ସହ ସାଂଗଠନିକ ଖସଡ଼ା ପ୍ରସ୍ତୁତ କରାଯିବ ଏବଂ ଆଗାମୀ ଦିନର ବିଜୁ ଛାତ୍ର ଜନତା ଦଳ କାର୍ଯ୍ୟପନ୍ଥା ସ୍ଥିର କରାଯିବ। ତତ୍ ସହିତ ବିଜୁ ଛାତ୍ର ଜନତା ଦଳର ସମସ୍ତ କର୍ମକର୍ତ୍ତା ସୋସିଆଲ ମିଡିଆରେ କିପରି ଅଧିକ କ୍ରିୟାଶୀଳ ହେବେ ସେଥିପାଇଁ ମଧ୍ୟ ଦୃଷ୍ଟି ଦିଆଯିବ।
ଏହି ବୈଠକରେ ସମସ୍ତ ଜିଲ୍ଲା ସଭାପତି, ଜୋନ ସଭାପତି ଏବଂ ରାଜ୍ୟ କର୍ମକର୍ତ୍ତା ସମେତ ସମସ୍ତ ଛାତ୍ର ବିଜେଡି କର୍ମକର୍ତ୍ତା ଉପସ୍ଥିତ ରହିବେ।