ଗଞ୍ଜାମ ସରସ୍ବତୀ ଶିଶୁବିଦ୍ୟା ମନ୍ଦିର ଛାତ୍ରୀ ଆଶାରାଣୀଙ୍କ ପ୍ରୋଜେକ୍ଟ ରାଜ୍ୟସ୍ତରୀୟ ବିଜ୍ଞାନ ମେଳାକୁ ମନୋନୀତି।

0
Spread the love


ଗଞ୍ଜାମ(ବିନୋଦ ଚନ୍ଦ୍ର ପଲାଇ):-ଗଞ୍ଜାମ ସହରର ସରସ୍ବତୀ ଶିଶୁବିଦ୍ୟା ମନ୍ଦିରର ଦଶମ ଶ୍ରେଣୀରଛାତ୍ରୀ ଆଶାରାଣୀ ସାହୁଙ୍କ ପ୍ରୋଜେକ୍ଟ ରାଜ୍ୟ ସ୍ତରୀୟ ବିଜ୍ଞାନ ମେଳାକୁ ମନୋନୀତି ହୋଇଛି l ତାଙ୍କର ପ୍ରୋଜେକ୍ଟ ” ବାୟୁ ପ୍ରଦୂଷଣର ନିୟନ୍ତ୍ରଣ ଉପରେ ଆଧାରିତ ନମୁନା ” ଉପରେ ଉପସ୍ଥାପନା ସମସ୍ତଙ୍କୁ ଚାକିତ କରିଥିଲା l କୃଷ୍ଣସାହୁ ଓ ରଶ୍ମିତା ସାହୁଙ୍କ ଝିଅ ଆଶାରାଣୀ ଶିକ୍ଷୟତ୍ରୀ ଦିବ୍ୟାନୀ ରେଡ୍ଡୀଙ୍କ ପ୍ରେରଣାରେ ଏହି ପ୍ରୋଜେକ୍ଟ କରି ବିଦ୍ୟାଳୟ, ସଂକୁଳ, ସମ୍ଭାଗ ସ୍ତରରେ ପ୍ରଥମ ସ୍ଥାନ ପାଇ ଏବେ ରାଜ୍ୟ ସ୍ତରକୁ ମନୋନୀତ ହୋଇଛି l ଆସନ୍ତା ସେପ୍ଟେମ୍ବର ମାସ ଚାରି ଓ ପାଞ୍ଚ ଦୁଇଦିନ ଧରି ବଲାଙ୍ଗୀର ଠାରେ ଏହି ରାଜ୍ୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହେବ l ଏହି ସଫଳତା ପାଇଁ ବିଦ୍ୟାଳୟର , ପରିଚଳନା କମିଟି ସଭାପତି ବିନୋଦ ଚନ୍ଦ୍ର ମହାପାତ୍ର, ସମ୍ପାଦକଗିରିଶକୁମାରଆଚାର୍ଯ୍ୟ,ପ୍ରଧାନଆଚାର୍ଯ୍ୟଆଦିତ୍ୟ ମହାପାତ୍ର ଓ ଗୁରୁଜୀ, ଗୁରୁମାଆ ମାନେ ଶୁଭେଚ୍ଛା ଜଣାଇଛନ୍ତି l

Leave a Reply

Your email address will not be published. Required fields are marked *