ବିବେକାନନ୍ଦ ବିଦ୍ୟାମନ୍ଦିରରେ ଜନ୍ମାଷ୍ଟମୀ ପାଳିତ।

0
Spread the love


ଗଞ୍ଜାମ (ବିନୋଦ ଚନ୍ଦ୍ର ପଲାଇ):-ଗଞ୍ଜାମ ବ୍ଲକ ଅନ୍ତର୍ଗତ ରାମଗଡ଼ ପଞ୍ଚାୟତର ରଘୁନାଥପୁର ଠାରେ ସ୍ଥାପିତ ସ୍ବାମୀ ବିବେକାନନ୍ଦ ବିଦ୍ୟାମନ୍ଦିରରେ “ଜନ୍ମାଷ୍ଟମୀ” ପର୍ବ ଅତି ଆଡମ୍ବର ସହକାରେ ପାଳନ କରାଯାଇଛି। ପାରମ୍ପରିକ ରୀତିନୀତି ଅନୁସାରେ ସମାଜସେବୀ ଶ୍ରୀଯୁକ୍ତ ଲକ୍ଷ୍ମୀକାନ୍ତ ଦଳେଇଙ୍କ ଦ୍ଵାରା ପ୍ରଭୁ ଶ୍ରୀକୃଷ୍ଣଙ୍କ ପୂଜାର୍ଚ୍ଚନା କରାଯାଇଥିଲା ।ପୂଜା ଶେଷରେ ଶ୍ରୀଯୁକ୍ତ ଦଳେଇ ଛାତ୍ରଛାତ୍ରୀଙ୍କ ଶିକ୍ଷାର ଉନ୍ନତି ନିମନ୍ତେ ବିଦ୍ୟାଳୟକୁ ୫୦୦୦ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରିଥିଲେ ।ବିଦ୍ୟାଳୟର ଉପଦେଷ୍ଟା ତଥା ପୂର୍ବତନ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ବିଜୟ କୁମାର ବିଶ୍ଵାଳଙ୍କ ସଭାପତିତ୍ବରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ମୂଖ୍ୟ ଅତିଥି ରୂପେ ବଶିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ସୁଦର୍ଶନ ଛୋଟରାୟ ଯୋଗ ଦେଇ ଛାତ୍ର ଛାତ୍ରୀଙ୍କୁ କୃଷ୍ଣଚେତନା ଉପରେ ଉଦବୋଧନ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସି. ଆର୍.ସି ଶ୍ରୀଯୁକ୍ତ ରବୀନ୍ଦ୍ର ପଣ୍ଡା, ଶିକ୍ଷକ ଶ୍ରୀଯୁକ୍ତ ଗଣେଶ ଚନ୍ଦ୍ର ବେହେରା, ସାମ୍ବାଦିକ ଶ୍ରୀଯୁକ୍ତ ଶବର ତରେଇ, ସମାଜସେବୀ ରଞ୍ଜନ ନାହାକ ଏବଂ ଦିନେଶ ନାହାକ ପ୍ରମୁଖ ଉପସ୍ଥିତ ରହି ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ। ଛାତ୍ରଛାତ୍ରୀଙ୍କ ମନରେ ବାଲ୍ୟଜୀବନ ରୁ ଭଗବତ ଚେତନାକୁ ଉଦଯିବିତ କରିବା ନିମନ୍ତେ ବିଦ୍ୟାଳୟ ତରଫରୁ ମାନସ ସାଗର ଭାଗବତ ରତ୍ନ ପଣ୍ଡିତ ବିଜୟ କୁମାର ପାଢୀଙ୍କ ଦ୍ଵାରା ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମକଥାମୃତ ପାରାୟଣ କରାଯାଇଥିଲା। ବିଦ୍ୟାଳୟର ପ୍ରତିଷ୍ଠାତା ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କ ଦ୍ଵାରା ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ସୁଦର୍ଶନ ଛୋଟରାୟ ଏବଂ ସମାଜସେବୀ ଶ୍ରୀଯୁକ୍ତ ଲକ୍ଷ୍ମୀକାନ୍ତ ଦଳେଇଙ୍କୁ ଉପଡୋକନ୍ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଶିଶୁମାନଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଦହି ହାଣ୍ଡି ଭାଙ୍ଗିବା ନୀତିକୁ ଅତି ଉତ୍କଣ୍ଠାର ସହ ଅଭିଭାବକମାନେ ଉପଭୋଗ କରିଥିଲେ । ଶେଷରେ ଭାରାପ୍ରାପ୍ତ ପ୍ରଧାନ ଆଚାର୍ଯ୍ୟା ଶ୍ରୀମତୀ ସସ୍ମିତା ମହାରଥୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସଭାରେ ସମସ୍ତ ଗୁରୁଜୀ ଗୁରୁମା ପ୍ରମୋଦ କୁମାର ବାରିକ, ଦୀପା ସାହୁ, ସ୍ବପ୍ନାରାଣୀ ପାତ୍ର, ରୂପାଲି ମୁଦୁଲି, ସଂଧ୍ୟା ପ୍ରଧାନ, ମାମାଲି ସାହୁ, ଜାଗୃତି ସାହୁ, ବିଦେଶିନୀ ମାଳୀ, ରାକେଶ ଛୋଟରାୟ, ପୂଜା ସ୍ବାଇଁ, ଅଞ୍ଜନା ମୁଦୁଲି, ଦେବାଶିଷ ବେହେରା ସମେତ ସମସ୍ତ ଛାତ୍ରଛାତ୍ରୀ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *