ଗଞ୍ଜାମ ଜିଲ୍ଲା ଷୋହଳ ଖଣ୍ଡ ଗୋପାଳ ସମାଜ ପକ୍ଷରୁ ନନ୍ଦ ମହୋତ୍ସବ ପାଳିତ।
ବ୍ରହ୍ମପୁର:-ଗଞ୍ଜାମ ଜିଲ୍ଲା ଷୋହଳ ଖଣ୍ଡ ଗୋପାଳ ସମାଜ ବ୍ରହ୍ମପୁର ମହାନଗର ତାଲୁକା ପକ୍ଷରୁ ଗୋଷାଣୀନୂଆଗାଁ ଜଗନ୍ନାଥ ମନ୍ଦିର ସ୍ଥିତ ଚାଚା ନେହୂରୁ କ୍ଳବ୍ ଠାରେ ନନ୍ଦ ମହୋତ୍ସବ ବେଶ୍ ଧୁମଧାମରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଶ୍ରୀ ନନ୍ଦ କିଶୋର ମହାଙ୍କୁଡ ଜିଲ୍ଲା ସଭାପତି ଓ ମୁଖ୍ୟବକ୍ତା ଭାବେ ନାରାୟଣ ମହାଙ୍କୁଡ ଜିଲ୍ଲା ସମ୍ପାଦକ ସମ୍ମାନିତ ଅତିଥି ଭାବେ ଡକ୍ଟର ପ୍ରଫୁଲ୍ଲ ଚନ୍ଦ୍ର ଗୌଡ଼,ଡକ୍ଟର ସୂର୍ଯ୍ୟ ନାରାୟଣ ଗୌଡ଼,ଡକ୍ଟର ପରେଶ୍ କୁମାର ଗୌଡ଼ ଯୋଗ ଦେଇଥିଲେ । ବିଶିଷ୍ଟ ଅତିଥି ଭାବେ ଧୁବା ଗୌଡ଼ ଜିଲ୍ଲା କାର୍ଯ୍ୟକାରୀ ସଭାପତି,ରମେଶ ମହାକୁଡ଼ ସଂସୃତି ଓ କ୍ରୀଡ଼ା ଅଧ୍ୟକ୍ଷ ,ବିଜୟ କୁମାର ଗୌଡ଼,ନରସିଂହ ଗୌଡ଼ ଜିଲ୍ଲା ସହ ସମ୍ପାଦକ,ଅରୁଣ କୁମାର ଗୌଡ଼ ଜିଲ୍ଲା କୋଷଧ୍ୟକ ମାନଙ୍କ ଉପସ୍ଥିତିରେ କୃଷ୍ଣ ଓ ବଳରାମ ପ୍ରଥମେ ଦହି ହାଣ୍ଡି ଓ ପରେ ଫଗୁ ହାଣ୍ଡି ଭାଙ୍ଗିଥିଲେ । ଏହାପରେ କୃଷ୍ଣଙ୍କ ପ୍ରତିମୂର୍ତ୍ତିକୁ ପୂଜାର୍ଚ୍ଚନା ଓ ହୋମୋ ଯଜ୍ଞ କରାଯାଇଥିଲା । ଦହିହାଣ୍ଡି ଭଙ୍ଗା କାର୍ଯ୍ୟକ୍ରମ ଶେଷ ହେବା ପରେ ଗଞ୍ଜାମ ଜିଲ୍ଲା ଷୋହଳ ଖଣ୍ଡ ଗୋପାଳ ସମାଜ ବ୍ରହ୍ମପୁର ମହାନଗର ରହିଥିବା ବିଭିନ୍ନ ସମସ୍ୟା ଓ ତାହାର ସମାଧାନ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାରେ ଷୋହଳ ଖଣ୍ଡ ଗୋପାଳ ସମାଜର ୨୬ଟି ତାଲୁକା ରହିଥିବା ବେଳେ ବ୍ରହ୍ମପୁର ମହାନଗର ତାଲୁକ ହେଉଛି ଅନ୍ୟତମ । ମହାନଗର ତାଲୁକାରେ ପ୍ରାୟ ୨୫୦୦ ପରିବାର ଅଛନ୍ତି । ତେଣୁ ବ୍ରହ୍ମପୁର ମହାନଗର ତାଲୁକା ପାଇଁ ଏକ କୋଠ ଘର ଓ ସ୍ଥାୟୀ କାର୍ଯ୍ୟାଳୟ କରିବା ପାଇଁ ସ୍ଥିର କରା ଯାଇଥିଲା । ଏହି ଅବସରରେ ବ୍ରହ୍ମପୁର ମହାନଗର ତାଲୁକାର ବହୁ ସଦସ୍ୟ ମାନେ ଯୋଗ ଦେଇ ନନ୍ଦ ମହୋତ୍ସବର ସାଜସଜ୍ଜା ର ମଜା ଉଠାଇଥିଲେ ।
ସମସ୍ତ ନିମନ୍ତ୍ରିତ ଅତିଥି ଦ୍ଵାରା ପ୍ରଦୀପ ପ୍ରଯ୍ୟଳନ ବିଭୁ ବନ୍ଦନା କରି ସଭା କାର୍ଯ୍ୟ ଆରମ୍ଭ କରାଯାଇ ଥିଲା।ଏହି କାର୍ଯ୍ୟକ୍ରମରେ , ବାବୁ ଗୌଡ଼ ,ମଳୟ ବିଷୋୟୀ ,ବାବୁଲି ଚାନ୍ଦ ଗୌଡ଼ ବିଶିଷ୍ଟ ଅତିଥି ଭାବରେ ଯୋଗ ଦେଇ ସମାଜ ଉପରେ କିଛି ଉଦବୋଧନ ଦେଇଥିଲେ। ଜିଲ୍ଲା ସଭାପତି ନନ୍ଦ କିଶୋର ମହାକୁଡ଼ ଙ୍କ ସଭାପତିତ୍ଵରେ ଏକ ସାଧାରଣ ସଭା ଆୟୋଜନ ହୋଇଥିଲା। ଉପଦେଷ୍ଟା ରାମ ଚନ୍ଦ୍ର ଗୌଡ଼ ପୌରହିତ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା, ଉଲ୍ଲାସ ଗୌଡ଼,ଜିଲ୍ଲା ଉପସଭାପତି ସାରଥୀ ପ୍ରସାଦ ଗୌଡ଼,ନାରାୟଣ ମହାକୁଡ଼ ଜିଲ୍ଲା ସମ୍ପାଦକ, ଡମ୍ବୁରୁ ଗୌଡ଼,ନିରାକାର ଗୌଡ଼,ରଘୁନାଥ ଗୌଡ଼,ଭବାନୀ ଶଙ୍କର ଗୌଡ଼ , ପ୍ରଦୀପ ଗୌଡ଼,ଇନ୍ଦ୍ରମଣି ଗୌଡ଼,କାମରଜୁ ଗୌଡ଼ ଉପସ୍ଥିତ ଥିଲେ । ମହାନଗର ତାଳୁକା ର କାର୍ଯ୍ୟକାରୀ ସଭାପତି ମୁକୁନ୍ଦ ଗୌଡ଼, ଉପସଭାପତି ଦେବରାଜ,କୋଷଧ୍ୟକ ବିନୋଦ ଗୌଡ଼ ଗୌଡ଼, ରମେଶ ଗୌଡ଼, ଗୌରୀ ଗୌଡ଼,ଗୋବିନ୍ଦ ଗୌଡ଼,ମହେଶ୍ୱର ଗୌଡ଼,ସନ୍ତୋଷ ଗୌଡ଼,ରବି ଗୌଡ଼,ନଳିନୀ ଗୌଡ଼,ବୃନ୍ଦାବନ ଗୌଡ଼ ଯୋଗଦେଇ ସମାଜରେ କିପରି ଯୁଗ ଉପଯୋଗୀ ,ସରକାର ଙ୍କ ବିଭିନ୍ନ ଯୋଜନା ସମସ୍ତଙ୍କ ନିକଟରେ ପହଞ୍ଚାଇବା ପାଇଁ ମନ୍ତ୍ୟବ ଦେଇଥିଲେ, ଗୋପାଳ ସମାଜ ରେ ଶିକ୍ଷା,ସ୍ୱାସ୍ଥ୍ୟ,ଜୀବିକା କିପରି ଅଭିବୃଦ୍ଧି ହେବ ଏହା ନିଜ ନିଜ ମନ୍ତ୍ୟବ୍ୟରେ କହିଥିଲେ। ଏହି କାର୍ଯ୍ୟ କ୍ରମରେ ମେଧାବୀ ଛାତ୍ର ଛାତ୍ରୀ ,ଓ ବିଭିନ୍ନ ଦିଗରେ କୃତିତ୍ୱ ଆଣିଥିବା ସମାଜର ପ୍ରତିଭା ଧାରିଙ୍କୁ ମାନଙ୍କୁ ସମ୍ମାନିତ କରାଯାଇଥିଲା। ଗଞ୍ଜାମ ଜିଲ୍ଲାର ବିଭିନ୍ନ ତାଳୁକା ର କର୍ମକର୍ତ୍ତା ର ମୁଖ୍ୟ କର୍ମକର୍ତ୍ତା ମାନେ ଯୋଗଦେଇଥିଲେ।ଏଥିରେ ବିଭିନ୍ନ ତାଳୁକା ର ମୁଖ୍ୟ କର୍ମ କର୍ତା ମାନେ ଯୋଗ ଦେଇଥିଲେ। ପରିଶେଷରେ ତାଳୁକା ସମ୍ପାଦକ କବିରାଜ ଗୌଡ଼ ସମସ୍ତ କାର୍ଯ୍ୟ ପରିଚାଳନା ଓ ଧନ୍ୟବାଦ୍ ଅର୍ପଣ କରିଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।