ଜିଲ୍ଲା ଶିଶୁ ମଙ୍ଗଳ କମିଟି କୁ ସମ୍ବର୍ଦ୍ଧନା।।

0
Spread the love


ପୁରୀ :-ଶ୍ରୀକ୍ଷେତ୍ର ସୁରକ୍ଷା ବାହିନୀ ପକ୍ଷରୁ ଆଜି ପୁରୀ ଜିଲ୍ଲା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ଡ. ଅଜିତ କୁମାର ମହାପାତ୍ର ଓ କମିଟି ର କର୍ମକର୍ତ୍ତା ଙ୍କୁ ସମ୍ବର୍ଦ୍ଧିତ କରାଯାଇଅଛି। ସାରା ଦେଶରେ ୮୦୬ ଟି ଶିଶୁ ମଙ୍ଗଳ କମିଟି ଥିଲେ ମଧ୍ୟ ପୁରୀ ଶିଶୁ ଅଧିକାର ଓ ସୁରକ୍ଷା ଦିଗରେ ସର୍ବସେଷ୍ଠା ପ୍ରଦର୍ଶନ କରିଥିବାରୁ ନୁଆଦିଲ୍ଲୀ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପୁରୀ ଶିଶୁ ମଙ୍ଗଳ କମିଟି ଦେଶରେ ସର୍ବ ଶ୍ରେଷ୍ଠ ଘୋଷଣା ହୋଇ ‘ ପ୍ଲାନ୍ ଇଣ୍ଡିଆ ଇମ୍ ପାକ୍ଟ ଆୱର୍ଡ ‘ ପ୍ରଦାନ କରାଯାଇଛି। ବର୍ଷକ ମଧ୍ୟରେ କମିଟି ୧୨୦୦ ମାମଲା ପରିଚାଳନା କରିବା ସହ ଚଳିତ ରଥଯାତ୍ରାରେ ୨୩୦ ପିଲାଙ୍କୁ ଖୋଜି ସେମାନଙ୍କ ପାରିବାରକୁ ହସ୍ତାନ୍ତର କରିପାରିଛି। ପୋଷ୍ୟ ସନ୍ତାନ ଗ୍ରହଣ କ୍ଷେତ୍ରରେ ମଧ୍ୟ ପୁରୀ କମିଟି ଆଗୁଆ ରହିଛି। ଏହା ବ୍ୟତୀତ ଏଆଇ ଓ ମେସିନ୍ ଲର୍ଣିଂ ବ୍ୟବହାର କରି ଶିଶୁ ଅଧିକାର ସୁରକ୍ଷା ପାଇଁ ମଧ୍ୟ କମିଟି କାମ କରୁଛି। ଯାହା ଦ୍ଵାରା ପୁରୀ ଶିଶୁ ମଙ୍ଗଳ କମିଟି ଅନ୍ୟମାନଙ୍କ ଠାରୁ ପୃଥକ।। ଏହି ସମ୍ବର୍ଦ୍ଧନା ସଭା ରେ ଇ. ରାଜେଶ୍ ମିଶ୍ର,ଅମରେନ୍ଦ୍ର ପାଇକରାୟ, ସ୍ଵାଧୀନ କୁମାର ପଣ୍ଡା ଆଦି ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *