ଗଞ୍ଜାମ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ,ପକ୍ଷରୁ ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳିତ।
ଗଞ୍ଜାମ(ବିନୋଦ ଚନ୍ଦ୍ର ପଲାଇ):-ଗଞ୍ଜାମ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଗଞ୍ଜାମ ପକ୍ଷ ରୁ କଲ୍ୟାଣ ପୁର – ଝରା ପଦର ଗ୍ରାମର ଚୈତନ୍ୟ ମଠ ମଣ୍ଡପ ଠାରେ ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ମହା ଆଡ଼ମ୍ବରରେ ଉଦ୍ଦୀପନା ର ସହ ପାଳିତ ହୋଇଛି। ଗ୍ରାମବାସୀ ତଥା ଗ୍ରାମ ସଭାପତି ଶ୍ରୀ ଏସ୍. ଦୟାନିଧି ରେଡ୍ଡୀ,ସମ୍ପାଦକ ଶ୍ରୀ ଆର୍. ଭରତ ରେଡ୍ଡୀ, କୋଷାଧ୍ୟକ୍ଷ.ପିତାମ୍ବର ପ୍ରଧାନ,ପୂର୍ବ ସରପଞ୍ଚ ଜି. ସନ୍ତୋଷ ରେଡ୍ଡୀ,ଶୁଭେଚ୍ଛୁ ଏସ୍. ବନମାଳି ରେଡ୍ଡୀ ଓ ଡି. ଚିନ୍ମୟ ରେଡ୍ଡୀ ପ୍ରମୁଖ ଭବ୍ୟ କାର୍ଯ୍ୟକ୍ରମ ର ଆୟୋଜନ କରିଥିଲେ। ଅନୁଷ୍ଠାନ ର ଶିଶୁ ମାନେ ଗ୍ରାମ ପରିକ୍ରମା କରି ମଣ୍ଡପ ଠାରେ ପହଞ୍ଚିବା ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।ଏହାକୁ
ଗଞ୍ଜାମ ଆଇଆଇସି ସୁମିତ୍ରା ପାତ୍ର ଉଦଘାଟନ କରିବାସହ ଶିଶୁଙ୍କ ସୁରକ୍ଷା ପାଇଁ ନିଜ କୁ କିଭଳି ପ୍ରସ୍ତୁତ କରି ବାକୁ ହେବ ଦର୍ଶାଇଥିଲେ।କୃଷ୍ଣ ବାଲ୍ୟ କାଳରୁ ଦୁଷ୍ଟ ଶକ୍ତି ର ବିନାଶ କରିବା ବିଷୟ ଉଦାହରଣ ଦେଇଥିଲେ। ଅନୁଷ୍ଠାନ ର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଆଦିତ୍ୟ ପ୍ରସାଦ ମହାପାତ୍ର ସ୍ଵାଗତ ଭାଷଣ ଦେବା ସହ ଅଥିତି ମାନଙ୍କ ପରିଚୟ ପ୍ରଦାନ କରି ଥିଲେ। ଅନୁଷ୍ଠାନର ସମସ୍ତ ସେବାବ୍ରତୀ ଓ ପରିଚାଳନା ସମିତି ସଦସ୍ୟ ସଦସ୍ୟା ଙ୍କ ପୂର୍ଣ୍ଣ ସହଯୋଗ କ୍ରମେ କାର୍ଯ୍ୟକ୍ରମ ସାକାର ହୋଇ ଅଛି। ଶିଶୁ ମାନେ ରାଧା , କୃଷ୍ଣ ଓ ଗୋପୀ ଗୋପାଳ ବେଶ ରେ ନୃତ୍ୟ ପରିବେଷଣ କରି ଥିଲେ। ଶେଷରେ ବେଶଧାରୀ କୃଷ୍ଣ ଙ୍କ ଦ୍ଵାରା ଦଧି ହାଣ୍ଡି ଭଙ୍ଗା ଦୃଶ୍ୟ ସମସ୍ତଙ୍କୁ ବିମୋହିତ କରି ଥିଲା। ଗ୍ରାମ୍ୟ ମହିଳା ମାନେ ଶିଶୁଙ୍କୁ ବନ୍ଦାପନା କରି ଦହି ରାବିଡି ଆଦି ମିଷ୍ଟାନ୍ନ ଖୁଆଇ ଥିଲେ। ଗାଁ ସାରା କୃଷ୍ଣ ମୟ ପରିବେଶ ସୃଷ୍ଟି ହୋଇ ଥିଲା।